Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା
୧. କଂଗ୍ରେସ ସଂଖ୍ୟାଗରିଷ୍ଠ ହେଲେ ବି ମନ୍ତ୍ରୀମଣ୍ଡଳ ଗଠନ କାହିଁକି ନ କଲା? ଏହା ପରେ କ'ଣ ହେଲା?
ଉତ୍ତର: ୧୯୩୭ ରେ କଂଗ୍ରେସ ୩୬ଟି ଆସନ ଲାଭ କରି ସଂଖ୍ୟାଗରିଷ୍ଠ ହେଲେ ବି, ୧୯୩୫ ଆଇନରେ ରାଜ୍ୟପାଳଙ୍କ ଅଧିକାର ନେଇ ଆଶଙ୍କା କରି ସେମାନେ ଶାସନ ଗ୍ରହଣ କରିବାକୁ ରାଜି ହେଲେ ନାହିଁ। ଏହାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅନ୍ୟ ଦଳଙ୍କ ସମର୍ଥନରେ ମନ୍ତ୍ରୀମଣ୍ଡଳ ଗଠନ କଲେ। ପରେ ଜୁଲାଇ ୧୩ ରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରି, ମହାରାଜା ଇସ୍ତଫା ଦେଲେ।
୨. ହରେକୃଷ୍ଣ ମହତାବ କେବେ ଓଡ଼ିଶା ପ୍ରଧାନମନ୍ତ୍ରୀ ହେଲେ? ତାଙ୍କ କାର୍ଯ୍ୟ କ’ଣ ଥିଲା?
ଉତ୍ତର: ୧୯୪୬ ଏପ୍ରିଲ୍ ୨୩ ରେ ହରେକୃଷ୍ଣ ମହତାବ ଓଡ଼ିଶା ପ୍ରଧାନମନ୍ତ୍ରୀ ହେଲେ। ତାଙ୍କ ସହ ନବକୃଷ୍ଣ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନିତ୍ୟାନନ୍ଦ କାନୁନ୍ଗୋ ଓ ରାଧାକୃଷ୍ଣ ବିଶ୍ଵାସରାୟ ମନ୍ତ୍ରୀ ହେଲେ। ସେ ଗଡ଼ଜାତ ମିଶ୍ରଣ, ହୀରାକୁଦ ବନ୍ଧ ଯୋଜନା ଓ ଭୁବନେଶ୍ୱରକୁ ରାଜଧାନୀ ରୂପେ ପ୍ରତିଷ୍ଠା କଲେ।
୩. ନୂତନ ଓଡ଼ିଶାର ରାଜଧାନୀ କେଉଁଠି ଥିଲା? ଆୟତନ ଓ ଜନସଂଖ୍ୟା?
ଉତ୍ତର: ନୂତନ ଓଡ଼ିଶାର ରାଜଧାନୀ କଟକ ଥିଲା। ଆୟତନ ୩୨,୬୯୫ ବର୍ଗ ମାଇଲ୍ ଓ ଜନସଂଖ୍ୟା ୮,୦୪୩,୬୮୧ ଥିଲା।
୪. ଓଡ଼ିଶା ପ୍ରଶାସନିକ କମିଟି କେବେ ଗଠିତ ହେଲା? କେତେଜଣ ସଦସ୍ୟ ଥିଲେ? ପ୍ରସ୍ତାବ କ’ଣ ଥିଲା?
ଉତ୍ତର: ୧୯୩୩ ଜୁନ୍ ୨୪ ରେ ସାର୍ ଅଷ୍ଟିନ୍ ହବାକ୍ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେଲା। ଅଧ୍ୟକ୍ଷ ବ୍ୟତୀତ ମଧୁସୂଦନ ଦାସଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଥିଲେ। ଏହି କମିଟି ନୂତନ ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ପ୍ରସ୍ତାବ ଦେଲା।
୫. ବିଶ୍ଵନାଥ ଦାସ କେବେ ପ୍ରଧାନମନ୍ତ୍ରୀ ହେଲେ? କେଉଁମାନେ ଶପଥ ନେଲେ? ବିଧାନସଭା କେଉଁଠି ବସିଥିଲା?
ଉତ୍ତର: ୧୯୩୭ ଜୁଲାଇ ୧୯ ରେ ବିଶ୍ଵନାଥ ଦାସ ପ୍ରଧାନମନ୍ତ୍ରୀ ଶପଥ ନେଲେ। ନିତ୍ୟାନନ୍ଦ କାନୁନ୍ଗୋ, ବୋଧରାମ ଦୁବେ ମନ୍ତ୍ରୀ ଓ ଅନ୍ୟ ୪ଜଣ ସେକ୍ରେଟାରୀ ଥିଲେ। ବିଧାନସଭା ଅବେଶନ ରେଭେନ୍ସା କଲେଜ୍ରେ ବସିଥିଲା।
୧. ନୂତନ ଓଡ଼ିଶା କେତୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ଓ ସେଗୁଡ଼ିକର ନାମ କ’ଣ ?
ଉତ୍ତର:
- ନୂତନ ଓଡ଼ିଶା ୬ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା –
- କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ।
୨. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଉଦ୍ଘାଟନୀ ଉତ୍ସବରେ କିଏ, କେଉଁଠାରେ ଏକ ବିଶାଳ ଭୋଜନର ଆୟୋଜନ କରିଥିଲେ ?
ଉତ୍ତର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ କଟକର ବାରବାଟୀ ଦୁର୍ଗ ଭିତରେ ଏକ ବିଶାଳ ଭୋଜନ ଆୟୋଜନ କରିଥିଲେ, ଯେଉଁଠି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରାଯାଇଥିଲା।
୩. କେଉଁ ଭାରତ ଶାସନ ଆଇନ ଅନୁସାରେ ବିଧାନସଭା ପାଇଁ ନିର୍ବାଚନ ବ୍ୟବସ୍ଥା ହୋଇଥିଲା ? ପ୍ରଥମ ବିଧାନସଭା ନିର୍ବାଚନ କେବେ ?
ଉତ୍ତର:
- ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ବ୍ୟବସ୍ଥା ହୋଇଥିଲା।
- ପ୍ରଥମ ବିଧାନସଭା ନିର୍ବାଚନ ୧୯୩୭ ମସିହା ଜାନୁଆରୀ ୧୮ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
୪. କନିକା ରାଜା କେଉଁ ଦଳର ନେତୃତ୍ଵ ନେଇଥିଲେ ? ତାଙ୍କ ଦଳ କେତେ ଆସନ ଲାଭ କରିଥିଲା ?
ଉତ୍ତର:
- କନିକା ରାଜା ସଂଯୁକ୍ତ ଦଳ ର ନେତୃତ୍ଵ ନେଇଥିଲେ।
- ତାଙ୍କ ଦଳ ୬ଟି ଆସନ ଲାଭ କରିଥିଲା।
୫. ପ୍ରଥମ ବିଧାନସଭାର ପ୍ରଥମ ଅଧିବେଶନ କେବେ ଏବଂ ବାଚସ୍ପତି କିଏ ?
ଉତ୍ତର:
- ପ୍ରଥମ ବିଧାନସଭା ଅଧିବେଶନ ୧୯୩୭ ଜୁଲାଇ ୨୮ ରେ ରେଭେନ୍ସା କଲେଜ ହଲ୍ରେ ଅନୁଷ୍ଠିତ ହୋଇଥିଲା।
- ମୁକୁନ୍ଦ ପ୍ରସାଦ ଦାସ ପ୍ରଥମ ବାଚସ୍ପତି ଥିଲେ।
୬. ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଦଳର ନାମ କ’ଣ ? ଏହି ଦଳ କେତେ ଆସନ ଲାଭ କଲା ?
ଉତ୍ତର:
- ମହାରାଜା କୃଷ୍ଣଚନ୍ଦ୍ର ଙ୍କ ଦଳର ନାମ "ଜାତୀୟ ଦଳ" ଥିଲା।
- ଏହି ଦଳ ୪ଟି ଆସନ ଲାଭ କରିଥିଲା।
1. ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ବପ୍ନ କେବେ ବାସ୍ତବରେ ପରିଣତ ହୋଇଥିଲା ?
Answer: ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱପ୍ନ ବାସ୍ତବରେ ପରିଣତ ହୋଇଥିଲା ।
2. କେଉଁସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଥିଲା ?
Answer: ମେଦିନିପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଥିଲା ।
3. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ କିଏ ଏକ ବିରାଟ ଭୋଜିର ଆୟୋଜନ କରାଇଥୁଲେ ?
Answer: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଏକ ବିରାଟ ଭୋଜିର ଆୟୋଜନ କରାଇଥିଲେ ।
4. ନୂତନ ଓଡ଼ିଶା ଶାସନ ଦାୟିତ୍ୱ ଚଳାଇବାପାଇଁ କେଉଁମାନଙ୍କୁ ନେଇ ଏକ ଉପଦେଷ୍ଟା ପରିଷଦ ଗଠିତ ହୋଇଥିଲା ?
Answer: ନୂତନ ଓଡ଼ିଶାର ରାଜ୍ୟପାଳ ଓ ତାଙ୍କଦ୍ବାରା ମନୋନୀତ କୋଡ଼ିଏ ଜଣ ସଦସ୍ୟଙ୍କୁ ଏକ ଉପଦେଷ୍ଟା ପରିଷଦ ଗଠିତ ହୋଇଥିଲା ।
5. ଓଡ଼ିଶା ପ୍ରଶାସନିକ କମିଟି କେବେ ଗଠିତ ହୋଇଥିଲା ?
Answer: ଓଡ଼ିଶା ପ୍ରଶାସନିକ କମିଟି ୧୯୩୩ ଜୁନ୍ ୨୪ ତାରିଖରେ ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ।
6. କଂଗ୍ରେସ ତରଫରୁ ଓଡ଼ିଶାରେ ପ୍ରଥମେ କିଏ, କେବେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ?
Answer: ବିଶ୍ଵନାଥ ଦାସ ୧୯୩୭ ଜୁଲାଇ ୧୯ ତାରିଖରେ କଂଗ୍ରେସ ତରଫରୁ ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ ।
7. ଓଡ଼ିଶାର ଦ୍ବିତୀୟ ରାଜ୍ୟପାଳ ଭାବେ କିଏ ଦାୟିତ୍ବ ଗ୍ରହଣ କରିଥିଲେ ?
Answer: ଉଇଲିୟମ୍ ଲୁଇସ୍ ୧୯୪୧ ଏପ୍ରିଲ୍ ୧ ତାରିଖରେ ଓଡ଼ିଶାର ଦ୍ବିତୀୟ ରାଜ୍ୟପାଳଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
8. କୃଷ୍ଣଚନ୍ଦ୍ର ଗଜପତି କେବେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ?
Answer: ୧୯୭୪ ମସିହା ମେ ୨୫ ତାରିଖରେ କୃଷ୍ଣଚନ୍ଦ୍ର ଗଜପତି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
1. କେଉଁ ଆଇନ ବଳରେ ଓଡ଼ିଶା ନୂତନ ପ୍ରଦେଶ ଭାବେ ଗଠିତ ହେଲା ?
Answer: ୧୯୩୫ ଭାରତ ଶାସନ ଆଇନ
2. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ନିର୍ବାଚିତ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହାର ଶାସନ ଦାୟିତ୍ବ ବହନ କରିଥିବା ଉପଦେଷ୍ଟା ପରିଷଦରେ କିଏ ଉପ-ସଭାପତି ଥିଲେ ?
Answer: ଲକ୍ଷ୍ମୀଧର ମହାନ୍ତି
3. କାହା ନେତୃତ୍ୱରେ ସ୍ବାଧୀନ ଦଳ ୧୯୩୭ ପ୍ରାଦେଶିକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲା ?
Answer: ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ
4. ଓଡ଼ିଶା ପ୍ରଶାସନିକ କମିଟିରେ ଅଧ୍ୟକ୍ଷଙ୍କ ବ୍ୟତୀତ କେତେ ଜଣ ସଦସ୍ୟ ଥିଲେ ?
Answer: ୯ଜଣ
5. ମହାରାଜା କୃଷ୍ଣଚନ୍ଦ୍ର ଗଜପତି କେଉଁଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ?
Answer: ପାରଳାଖେମୁଣ୍ଡି
6. ଜୟପୁର ଜମିଦାର କେଉଁ ଅଞ୍ଚଳରୁ ଆସି ଓଡ଼ିଶା ସହ ମିଶିଥିଲା ?
Answer: ବିଶାଖାପାଟଣା ଏଜେନ୍ସି
7. ଉଇଲିୟମ୍ ଲୁଇସ୍ କେବେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିଲେ ?
Answer: ୧୯୪୧ ଏପ୍ରିଲ୍ ୧
8. ଓଡ଼ିଶା ପ୍ରଶାସନିକ କମିଟି କେବେ ଗଠିତ ହୋଇଥିଲା ?
Answer: ୧୯୩୩ ଜୁନ୍ ୨୪
9. ୧୯୩୭ ମସିହା ଓଡ଼ିଶା ପ୍ରାଦେଶିକ ବିଧାନସଭାର କେତୋଟି ଆସନ ପାଇଁ ନିର୍ବାଚନ ହୋଇଥିଲା ?
Answer: ୫୬ଟି
10. ସାର୍ କୋଟ୍ରୋ ଟେରେଲା କେଉଁ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ?
Answer: ପାଟନା
11. ୧୯୪୬-୧୯୫୦ ପର୍ଯ୍ୟନ୍ତ ଓଡ଼ିଶା ସରକାରର ନେତୃତ୍ୱ କିଏ ନେଇଥିଲେ ?
Answer: ହରେକୃଷ୍ଣ ମହତାବ
12. ବୋଧରାମ ଦୁବେ ଓଡ଼ିଶାର କେଉଁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଥିଲେ ?
Answer: ବିଶ୍ଵନାଥ ଦାସ
13. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶରେ ହୋଇଥିବା ପ୍ରଥମ ନିର୍ବାଚନରେ କେତେ ଜଣ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ ?
Answer: ୧୦ ଜଣ
14. କେବେ କୃଷ୍ଣଚନ୍ଦ୍ର ଗଜପତି ମିଳିତ ମନ୍ତ୍ରୀମଣ୍ଡଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ?
Answer: ୧୯୪୪ ଜୁନ୍ ୨୯
15. ହରେକୃଷ୍ଣ ମହତାବ କାହା ନିକଟରେ ଗଡ଼ଜାତ ରାଜ୍ୟ ମିଶ୍ରଣ ସପକ୍ଷରେ ଦାବି ଉପସ୍ଥାପନ କରିଥିଲେ ?
Answer: କ୍ୟାବିନେଟ୍ ମିଶନ
1. ସ୍ବତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ _______ ନିଜ ଚେଷ୍ଟା ଓ ତ୍ୟାଗପାଇଁ ଚିରନମସ୍ୟ ।
Answer: ମହାରାଜା କୃଷ୍ଣଚନ୍ଦ୍ର ଗଜପତି
2. ୧୯୪୬ ଏପ୍ରିଲ ୧୩ ତାରିଖ ଦିନ _______ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଲେ ।
Answer: ହରେକୃଷ୍ଣ ମହତାବ
3. ନିତ୍ୟାନଦ କାନୁନ୍ଗୋ ________ ଙ୍କ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଥିଲେ ।
Answer: ବିଶ୍ଵନାଥ ଦାସ ୧୯୩୭
4. ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ________ ଙ୍କ ସମୟରେ ହୋଇଥିଲା ।
Answer: ହରେକୃଷ୍ଣ ମହତାବ5. ବିଶ୍ଵନାଥ ଦାସଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର _________ ସମୟ ପାଇଁ କ୍ଷମତାରେ ଥିଲେ ।
Answer: ଦୁଇବର୍ଷ ସାଢ଼େ ତିନିମାସ
6. ୧୯୩୫ ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ __________ ମସିହାରେ ନିର୍ବାଚନ ହୋଇଥିଲା ।
Answer: ୧୯୩୭
7. ୧୯୩୭ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ନିର୍ବାଚନରେ _______ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Answer: ୫୬
8. ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ________ ଦଳର ନେତୃତ୍ୱ ନେଇଥିଲେ ।
Answer: ସ୍ବାଧୀନ
9. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ପ୍ରଥମ ଅଧିବେଶନରେ _________ ବାଚସ୍ପତି ନିର୍ବାଚିତ ହୋଇଥିଲେ ।
Answer: ମୁକୁନ୍ଦପ୍ରସାଦ ଦାସ
10. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ________ ହୋଇଥିଲେ ।
Answer: କୃଷ୍ଣଚନ୍ଦ୍ର ଗଜପତି
11. ଜଗନ୍ନାତ ମିଶ୍ର ବିଶ୍ବନାଥ ଦାସଙ୍କ ନେତୃତ୍ବାଧୀନ ସରକାରରେ _________ ଭାବେ କାର୍ଯ୍ୟ କରିଥିଲେ ।
Answer: ପାର୍ଲାମେଣ୍ଟାରି ସେକ୍ରେଟାରୀ
12. କୋଦଳା ଓ ସୋରଡ଼ାକୁ _______ ରୁ ଅଣାଯାଇ ଓଡ଼ିଶା ସହ ମିଶାଇ ଦିଆଗଲା ।
Answer: ମାନ୍ଦ୍ରାଜ ପ୍ରେସିଡ଼େସି
13. ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ________ ଓଡ଼ିଶାର କଂଗ୍ରେସ ମନ୍ତ୍ରୀମଣ୍ଡଳର ନେତୃତ୍ବ ନେଇଥିଲେ ।
Answer: ହରେକୃଷ୍ଣ ମହତାବ
14. ସାର୍ କୋଟ୍ରେନେ ଟେରେଲା ________ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ ।
Answer: ପାଟନା
15. ୧୯୩୬ ଏପ୍ରିଲ୍ ୧ରେ ଗଠିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ ୩୨,୬୯୫ ବର୍ଗ ମାଇଲ୍ ଓ ଲୋକସଂଖ୍ୟା ________ ଥିଲା ।
Answer: ୮,୦୪୩,୬୮୧